Join Us To Make A Difference

The Drops💧

ପ୍ରତିଦିନ ୧୫ ମିନିଟ୍ ନାଚି ସୁସ୍ଥ ରୁହନ୍ତୁ

ପ୍ରତିଦିନ ୧୫ ମିନିଟ୍ ନାଚି ସୁସ୍ଥ ରୁହନ୍ତୁ
Published by:Jyotshna Kumari
#health & lifestyle

ଦ କୁଇଭର ବ୍ୟୁରୋ :- ଦର୍ଶକ ବନ୍ଧୁ,ଡ୍ୟାନ୍ସ କରିବାକୁ ବା ନାଚିବାକୁ କାହାକୁ ବା ଭଲ ଲାଗେନି କହିଲେ l ଏକ ନିର୍ଦ୍ଧିଷ୍ଟ ସ୍ଟେପରେ ହିଁ ନାଚିବା ବା ପ୍ରପର ୱେ ରେ ନାଚିବା କେବଳ ନାଚ ହୋଇନଥାଏ , ମନକୁ ଖୁସି ରଖିବା ପାଇଁ ଯେକୌଣସି ଶୈଳୀରେ ଆପଣ ନାଚିପାରିବେ l ପ୍ରାୟତଃ ୭୦ % ଲୋକଙ୍କୁ ଡାନ୍ସ କରିବାକୁ ବହୁତ ଭଲ ଲାଗେ । ଡାନ୍ସ କରିବା ଦ୍ବାରା ଖୁସି ଅନୁଭବ ତ ହୋଇଥାଏ କିନ୍ତୁ ଚାପ ମଧ୍ଯ ଚୁଟକିରେ ଗାଏବ ହୋଇଯାଏ । ଡାନ୍ସ କେବଳ ଏକ କଳା ନୁହେଁ ଏହାକୁ ଏକପ୍ରକାର ବ୍ୟାୟାମ ବୋଲି ମଧ୍ୟ ଆପଣ କହିପାରିବେ । ଡାନ୍ସ କରିବା ଦ୍ବାରା ଉଭୟ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରୁହେ । ମନୋରଞ୍ଜନର ମାଧ୍ୟମ ପାଲଟିଥିବା ଡାନ୍ସକୁ ଯଦି ଆପଣ ୧୫ ଦିନ ଘରେ କରିବେ ତା'ହେଲେ ଶରୀରରେ ମ୍ୟାଜିକ୍ ପରି ଫରକ ଜାଣିପାରିବେ । ଏହା ରୋଗକୁ ଦୂର କରିଥାଏ I ଏକପ୍ରକାର ବ୍ୟାୟାମର କାମ କରୁଥିବା ଡାନ୍ସ ହୃଦୟ ଏବଂ ଫୁସଫୁସ୍ ପାଇଁ ବହୁତ ଲାଭଦାୟକ । ଏହାଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ହେବା ସହିତ ଅଙ୍ଗପ୍ରତ୍ୟଙ୍ଗକୁ ଅମ୍ଳଜାନ ଏବଂ ପୋଷକ ତତ୍ତ୍ବ ପହଞ୍ଚିଥାଏ ଏବଂ ହୃଦୟ ସୁସ୍ଥ ରହିଥାଏ I ଡାନ୍ସ ହାଡ଼କୁ ମଜଭୁତ କରିଥାଏ I ମାଂସପେଶୀକୁ ହାଲୁକା କରିବା ସହିତ ଓଜନକୁ ମଧ୍ଯ କଣ୍ଟ୍ରୋଲ କୁ ଆଣିଥାଏ I କ୍ୟାଲୋରି ବର୍ଣ୍ନ ହେଉଥିବାରୁ ଶରୀରରେ ଜମିଥିବା ଚର୍ବି ମଧ୍ଯ କମ୍ ହୋଇଥାଏ I ମୋଟାପଣ କମାଇବାର ସହଜ ଉପାୟ ହେଉଛି ପ୍ରତିଦିନ ମନ ଖୋଲି ନାଚିବା । ଡାନ୍ସ କରିବା ସମୟରେ ଶରୀରରୁ ଏଣ୍ଡୋଫିନ୍ (ଖୁସି ହର୍ମୋନ୍) ରିଲିଜ୍ ହୋଇଥାଏ ଯେଉଁ କାରଣରୁ ଟେନସନ୍ ଦୂର ହେବା ସହ ଦିନଟି ଖୁସିରେ ବିତିଥାଏ I

Comments

Leave a Comment

Comments

No comments yet.

State

ରିଲିଫ କମିଶନରଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Blog Thumbnail

ଦ କୁଇଭର ବ୍ୟୁରୋ :- ଦକ୍ଷିଣ ଓଡ଼ିଶାର ବର୍ଷା ବିତ୍ପାତ । ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ବେହାଲ ହୋଇଯାଇଛି । ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହୋଇ ଅନେକ ଅଞ୍ଚଳ ଜଳ ମଗ୍ନ ହେବାର ଆଶଙ୍କା ଦେଖା ଦେଇଛି । ଜିଲ୍ଲାର ବସ୍ତ୍ରୀଗୁଡା, ପେଟ, ମହେନ୍ଦ୍ରଗିରି, ଅଢ଼େଇ ଆଦି ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ବିଭିନ୍ନ ଜନବସତିରେ ବନ୍ୟା ଜଳ ପ୍ରବେଶ କରିଛି।ଏନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ତୁରନ୍ତ ସହାୟତା ପ୍ରଦାନ ପାଇଁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, ଜିଲ୍ଲାର ଅନେକ ସ୍ଥାନରେ ପାହାଡରୁ ମାଟି ଖସି ଯାତାୟତ ବାଧାପ୍ରାପ୍ତ ହୋଇଛି । କେଉଁଠି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ବର୍ଷା ପାଣି ତ କେଉଁଠି ବ୍ରିଜ ଉପରେ ପାଣି । ସେହିପରି ଲଗାଣ ବର୍ଷାରେ ଦିଗପହଣ୍ଡି ବ୍ଲକର ଭ୍ରମରପୁର ବ୍ରିଜର ଅସ୍ଥାୟୀ ରାସ୍ତା ଉପରେ ଚାରି ଫୁଟ ପାଣି ପ୍ରବାହିତ ହୋଇ ପାତ୍ରପୁର ବ୍ଲକର ତୁରୁବୁଡି ଓ ଖରିଆଗୁଡ଼ାକୁ ଗମନାଗମନ ବିଛିନ୍ନ ହୋଇଛି । ଲଗାଣ ବର୍ଷା ଯୋଗୁଁ ଫୁଲୁବାରେ ଲାଗିଛି ବଂଶଧାରା । ତେଣୁ ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି ।

Crime

ଧରାପଡ଼ିଲା SI ପରୀକ୍ଷାରେ ବଡ଼ କେଳେଙ୍କାରୀ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ଦ୍ବାରା ପରିଚାଳିତ ପୁଲିସ ଏସ୍‌ଆଇ ପରୀକ୍ଷାରେ ବଡ଼ ଦୁର୍ନୀତି ସାମନାକୁ ଆସିଛି । ଘଟଣା ପଦାକୁ ଆସିବା ପରେ ପୁଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇଛି । କ୍ରାଇମବ୍ରାଞ୍ଚ ଏହି ଘଟଣାରେ ୧୧୭ ଜଣ ପରୀକ୍ଷାର୍ଥୀ ଓ ୨ ଦଲାଲଙ୍କୁ ଗିରଫ କରିଛି । ଏହି କେଳେ ଳଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍ ସଂପର୍କିତ ତଥ୍ୟ ସାମନାକୁ ଆସିଛି । ଗିରଫ ହୋଇଥିବା ୧୧୭ ଜଣ ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ ହୋଇଥିବା ବେଳେ ପରୀକ୍ଷା ପରେ ସେମାନେ ଆଉ ୧୫ ଲକ୍ଷ ଟଙ୍କା ଲେଖାଏଁ ଦେବେ ବୋଲି ଡିଲ୍ ହୋଇଥିଲା । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ବ୍ରହ୍ମପୁରରେ ରହି ଘଟଣାର ଅନୁଧ୍ୟାନ କରୁଛନ୍ତି । କ୍ରାଇମବ୍ରାଞ୍ଚର ଜଣେ ଏସ୍‌ପିଙ୍କ ନେତୃତ୍ବରେ ୫ ଜଣ ଅଧିକାରୀଙ୍କୁ ନେଇ ତଦନ୍ତକାରୀ ଟିମ୍‌ ବାଲେଶ୍ବର ଓ ବ୍ରହ୍ମପୁରରେ ତଦନ୍ତ କରୁଥିବା ବେଳେ ସେମାନଙ୍କୁ ଉକ୍ତ ଜିଲ୍ଲା ପୁଲିସର ଆଉ ଏକ ଟିମ୍ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଛି । ସେମାନଙ୍କୁ ଆନ୍ଧ୍ରପ୍ରଦେଶର ଏକ ସଂସ୍ଥା ବସ୍ ଯୋଗେ ପ୍ରଶ୍ନପତ୍ର ଯୋଗାଇବାକୁ ନେଉଥିବା ନେଇ ଏକ ଗୁଇନ୍ଦା ସୂଚନା ଓପିଆର୍‌ବିର ହସ୍ତଗତ ହୋଇଥିଲା । ଏହି ସୂଚନା ଆଧାରରେ ସୋମବାର ସନ୍ଧ୍ୟାରେ କାରାଗାର ଡିଜି ତଥା ଓପିଆର୍‌ବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ବୋର୍ଡ ବସିଥିଲା । ମଙ୍ଗଳବାର ଦିନ ପୁଣି ଥରେ ବୋର୍ଡ ବୈଠକରେ ଆଲୋଚନା କରାଯାଇ ପରୀକ୍ଷାକୁ ବାତିଲ କରାଯାଇଛି । ଭବିଷ୍ୟତରେ ଯେଭଳି ଏ ପ୍ରକାର ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ରାଇମବ୍ରାଞ୍ଚକୁ ଅନୁରୋଧ କରାଯାଇଛି ।


ସୂଚନାଅନୁଯାୟୀ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି) ପକ୍ଷରୁ ପୁଲିସ ଏସ୍‌ଆଇ ସମେତ ପୁଲିସ ଏସ୍‌ଆଇ(ଆର୍ମଡ), ଅଗ୍ନିଶମ ଷ୍ଟେସନ ଅଫିସର, ସହକାରୀ ଜେଲର୍ ପାଇଁ ଯୁଗ୍ମ ପୁଲିସ ସେବା ପରୀକ୍ଷା(ସିପିଏସ୍‌ଇ-୨୦୨୪)ରେ ମୋଟ ୧ ଲକ୍ଷ ୫୩ ହଜାର ୫୦୦ ପ୍ରାର୍ଥୀ ଆବେଦନ କରିଥିଲେ। ୯୩୩ ପଦବି ପୂରଣ ପାଇଁ ଏହି ପରୀକ୍ଷା ଓପିଆର୍‌ବି ପକ୍ଷରୁ କରାଯାଇଥାନ୍ତା। ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ପରୀକ୍ଷାରେ କେବଳ ପୁଲିସ ଏସ୍‌ଆଇ ପଦବି ପାଇଁ ୬୦୦ ପାଖାପାଖି ପ୍ରାର୍ଥୀ ଆବେଦନ କରିଥିଲେ। ସେମାନଙ୍କୁ ଆନ୍ଧ୍ରପ୍ରଦେଶର ଏକ ସଂସ୍ଥା ବସ୍ ଯୋଗେ ସୋମବାର ପ୍ରଶ୍ନପତ୍ର ଯୋଗାଇବାକୁ ନେଉଥିବା ସଂକ୍ରାନ୍ତରେ ଏକ ଗୁଇନ୍ଦା ସୂଚନା ଓପିଆର୍‌ବିର ହସ୍ତଗତ ହୋଇଥିଲା। ଏହି ସୂଚନା ଆଧାରରେ ସୋମବାର ସନ୍ଧ୍ୟାରେ କାରାଗାର ଡିଜି ତଥା ଓପିଆର୍‌ବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ବୋର୍ଡ ବସିଥିଲା। ମଙ୍ଗଳବାର ଦିନ ପୁଣି ଥରେ ବୋର୍ଡ ବୈଠକରେ ଆଲୋଚନା କରାଯାଇ ପରୀକ୍ଷାକୁ ବାତିଲ କରାଯାଇଛି। ଅଧ୍ୟକ୍ଷଙ୍କ ପକ୍ଷରୁ ଏ ସଂପର୍କିତ ସଂପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ନିକଟରେ ଦାଖଲ କରାଯାଇଛି। ଯେଉଁ ସୂତ୍ରରୁ ଏ ପ୍ରକାର ତଥ୍ୟ ହସ୍ତଗତ ହୋଇଥିଲା, ସେ ସମ୍ପର୍କିତ ତଥ୍ୟ ଏବଂ ଯୋଗାଯୋଗ ନମ୍ବର କ୍ରାଇମବ୍ରାଞ୍ଚରେ ଦାଖଲ କରାଯାଇଛି।


ଅନ୍ୟପଟେ ଘଟଣା ପ୍ରଘଟ ହେବା ପରେ ପୁଲିସ ନିଯୁକ୍ତି ବୋର୍ଡ ପରୀକ୍ଷାକୁ ବାତିଲ କରିବା ସହ ସୂଚନା ଓ ଅଭିଯୋଗ ପାଇଁ ଏକ ହେଲ୍‌ପଲାଇନ୍‌ ନମ୍ବର (୯୦୪୦୪ ୯୩୨୨୩) ଜାରି କରିଛି। ଯଦି କେହି କିଛି ଅଭିଯୋଗ କରିବାକୁ ଚାହୁଁଛନ୍ତି, ସେମାନେ ଏହି ନମ୍ୱରରେ ଯୋଗାଯୋଗ କରିପାରିବେ। ସେମାନଙ୍କ ତଥ୍ୟ ଗୋପନ ରଖାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଏଭଳି ଏକ ବଡ଼ଧରଣର ଜାଲିଆତି ପ୍ରଘଟ ହେବା ପରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ସରକାରଙ୍କୁ କଡ଼ା ସମାଲୋଚନା କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରକାଶଥାଉକି, ପୁଲିସ ନିଯୁକ୍ତି ପରୀକ୍ଷା ପୂର୍ବରୁ ମଧ୍ୟ ବାତିଲ ହୋଇଥିଲା। ଏହି ପଦବି ନିମନ୍ତେ ୨୦୨୫ ଜାନୁଆରି ମାସରେ ଆବେଦନ ଆହ୍ୱାନ କରାଯାଇଥିଲା। ମାର୍ଚ୍ଚ ୮ ଓ ୯ ତାରିଖ ଦୁଇଦିନ ଧରି ଲିଖିତ ପରୀକ୍ଷା ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ପ୍ରଶ୍ନପତ୍ର ପ୍ରଘଟ କାରଣରୁ ଦିନକ ଆଗରୁ ଅର୍ଥାତ ମାର୍ଚ୍ଚ ୭ ତାରିଖରେ ପରୀକ୍ଷା ସ୍ଥଗିତ ନେଇ ଘୋଷଣା କରାଯାଇଥିଲା।

City

ମା ଦୂର୍ଗା'ଙ୍କ ମନ୍ଦିରରେ ଅଞ୍ଜନା ଫାଉଣ୍ଡେସନ ତରଫରୁ ଭକ୍ତଙ୍କୁ ହାଲୁଆ ବଣ୍ଟନ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକ ନିକଟରେ ଥିବା ମା ଦୂର୍ଗାଙ୍କ ମନ୍ଦିର ନିକଟରେ ନବରାତ୍ର ଅବସରରେ ଅଞ୍ଜନା ଫାଉଣ୍ଡେସନ ତରଫରୁ ଭକ୍ତ ମାନଙ୍କୁ ମିଷ୍ଟାନ୍ନ ହାଲୁଆ ଓ ଜିଲାପି ବଣ୍ଟନ କରାଯାଇଥିଲା । ଏହି ଅବସରରେ ଅତିଥି ରୂପେ ପୂର୍ବତନ ବିଧାୟକ ଡ଼ା ରମେଶ ଚନ୍ଦ୍ର ଚାୟୁ ପଟନାୟକ, ଜିଲ୍ଲା ବିଜେଡ଼ି ସଭାପତି ବିକ୍ରମ କୁମାର ପଣ୍ଡା, ମେୟର ସଂଘ ମିତ୍ରା ଦଳାଇ, ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, କର୍ପୋରେଟର ସୁର୍ୟକାନ୍ତ ସୁବୁଦ୍ଧି, ସମାଜ ସେବୀକା ଅସ୍ମିତା ମହାନ୍ତି ଓ ବରିଷ୍ଠ ସାମ୍ୱାଦିକ ସୁଦିପ୍ କୁମାର୍ ସାହୁ ପ୍ରମୁଖ ଉପସ୍ଥିତ ରହି ମା ଦୁର୍ଗାଙ୍କ ପୂଜା କରିବା ସହ ଭକ୍ତ ମାନଙ୍କୁ ମିଷ୍ଟାନ୍ନ ହାଲୁଆ ବଣ୍ଟନ କାର୍ଯ୍ୟ କ୍ରମର ଶୁଭାରମ୍ଭ କରିଥିଲେ । କର୍ପୋରେଟର ଡ. ସୋନାଲି ଗନ୍ତାୟତ ଓ ଫାଉଣ୍ଡେସନ ର ମୁଖ୍ୟ ଅଞ୍ଜନା ଷଡ଼ଙ୍ଗୀ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଶେଷରେ ସିମ୍ରନ୍ ଷଡ଼ଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।ମନ୍ଦିର ର ବହୁ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ ।

State

ବ୍ରହ୍ମପୁର-ସୁରତ ଅମୃତ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କଲେ ମୋଦୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦଶହରା ଭେଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ଗସ୍ତରେ ଆସି ୬୦,୦୦୦ କୋଟି ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ ଓ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ।ଏହି ଅବସରରେ ମୋଦି କହିଛନ୍ତି,"ବର୍ତ୍ତମାନ ନବରାତ୍ର ପର୍ବ ଚାଲିଛି, ଏହି ସମୟରେ ମା' ସମଲେଶ୍ବରୀ ଓ ରାମଚଣ୍ଡୀଙ୍କ ଭୂଇଁରେ ପାଦ ଦେଇ ମୁଁ ଭାଗ୍ୟବାନ ମନେ କରୁଛି । ବିକଶିତ ଓଡ଼ିଶାର ସଂକଳ୍ପ ନେଇ ଆପଣମାନେ ଡବଲ ଇଞ୍ଜିନ ସରକାର ଗଢ଼ିଛନ୍ତି । ଯେଉଁ ସରକାର ଜନତାଙ୍କ ହିତ ପାଇଁ କାର୍ଯ୍ୟ କରୁଛି । ଆଜି ଅନେକ ବର୍ଗଙ୍କ ସ୍ବପ୍ନ ପୁରଣ ହେବ । ବଡ଼ ବଡ଼ ଶିଳ୍ପ ସଂସ୍ଥା ଓଡ଼ିଶାରେ ପ୍ରବେଶ କରିବେ ଏବଂ ରୋଜଗାର ଯୋଗାଇବେ ।ଏହି ପ୍ରକଳ୍ପଗୁଡ଼ିକ ଦୂରସଞ୍ଚାର, ରେଳବାଇ, ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ ।"


ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,"ଦେଢ଼ ବର୍ଷ ପୂର୍ବରୁ ବିଧାନସଭା ନିର୍ବାଚନରେ ଆପଣମାନେ ନୂଆ ସଂକଳ୍ପ ନେଇ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିଲେ । ଏହି ସଂକଳ୍ପ ଥିଲା ବିକଶିତ ଭାରତର । ଆଜି ମୁଁ ଦେଖିଛି ଓଡ଼ିଶା ଡବଲ ଇଞ୍ଜିନ ସ୍ପିଡ଼ରେ ଆଗକୁ ବଢୁଛି । ଆଜି ଓଡ଼ିଶା ଏବଂ ଦେଶ ପାଇଁ ହଜାର ହଜାର କୋଟିର କାମ ଆରମ୍ଭ ହୋଇଛି । ଆଜି ବିଏସଏନଏଲ 4ଜି ଶୁଭାରମ୍ଭ ହେଲା । ଆଇଆଇଟି ଭିତ୍ତିଭୂମି ସମ୍ପ୍ରସାରଣ ମଧ୍ୟ ଆରମ୍ଭ ହୋଇଛି। ବ୍ରହ୍ମପୁର ସୁରଟ ଆଧୁନିକ ଅମୃତ ଭାରତକୁ ଶୁଭରମ୍ଭ କରାଯାଇଛି। ସୁରତ ସହ ଓଡ଼ିଶାର ଯୋଡିବା ଗୁରୁତ୍ୱପୂର୍ଣ୍ଣ । ପଶ୍ଚିମବଙ୍ଗ ପରେ ଗୁଜୁରାଟ ସୁରଟରେ ଅଧିକ ଓଡ଼ିଆ ଲୋକ ରୁହନ୍ତି । ବିଜେପି ସରକାର ଗରିବଙ୍କ ସେବା ଏବଂ ସଶକ୍ତ କରିବା ସରକାର । ଆମ ସରକାର ୪ କୋଟିରୁ ଅଧିକ ପରିବାରକୁ ପକ୍କା ଘର ଦିଆଯାଇଛି। ପକ୍କା ଘର ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ତାଙ୍କ ଟିମ ପ୍ରଶଂସନୀୟ କାମ କରୁଛନ୍ତି । ଅନ୍ୟପଟେ ବ୍ରହ୍ମପୁର ଠାରୁ ଉଦାନ କୁ ରେଳ ଉଦ୍ଘାଟନ ଉତ୍ସବ ରେ ମାନ୍ୟବର ମନ୍ତ୍ରୀ ଓ ସାଂସଦ, ବିଧାୟକ ଏବଂ ଜିଲ୍ଲାପାଳ, ଏସପି, କମିଶନର, ରେଲୱେ ର ବରିଷ୍ଠ ପ୍ରଶାସକ ଉପସ୍ଥିତରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅଭାଷି ଯୋଗେ ଶୁଭାରମ୍ଭ କରିଥିଲେ l


ପ୍ରଧାନମନ୍ତ୍ରୀ ଏହି ଅବସରରେ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଦେଶକୁ ଉତ୍ସର୍ଗ କରିଛନ୍ତି । ଯାହା ଯୋଗାଯୋଗ ଏବଂ ଆଞ୍ଚଳିକ ବିକାଶକୁ ତ୍ୱରାନ୍ୱିତ କରିବ । ଏହାସହ ପ୍ରଧାନମନ୍ତ୍ରୀ ବ୍ରହ୍ମପୁର-ଉଧନା (ସୁରଟ) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି, ଯାହା ଉଭୟ ରାଜ୍ୟ ମଧ୍ୟରେ ସୁଲଭ ଏବଂ ଆରାମଦାୟକ ଯୋଗାଯୋଗ ପ୍ରଦାନ କରିବ, ପର୍ଯ୍ୟଟନ ବିକାଶରେ ସହାୟ ହେବ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ପ୍ରମୁଖ ଆର୍ଥିକ ଜିଲ୍ଲାଗୁଡ଼ିକୁ ସଂଯୋଗ କରିବ ।


ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ସମ୍ବଲପୁରର ଭିମସାରକୁ ବିଶ୍ୱସ୍ତରୀୟ ସୁପର-ସ୍ପେଶାଲିଟି ହସ୍ପିଟାଲରେ ଉନ୍ନତି କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଉନ୍ନତ ସୁବିଧାଗୁଡ଼ିକରେ ବର୍ଦ୍ଧିତ ଶଯ୍ୟା କ୍ଷମତା, ଟ୍ରମା କେୟାର ୟୁନିଟ୍, ଡେଣ୍ଟାଲ୍ କଲେଜ,ମାତୃ ଏବଂ ଶିଶୁ ଯତ୍ନ ସେବା ଏବଂ ବିସ୍ତାରିତ ଶୈକ୍ଷିକ ଭିତ୍ତିଭୂମି ଅନ୍ତର୍ଭୁକ୍ତ ହେବ, ଯାହା ଓଡ଼ିଶାର ଲୋକଙ୍କ ପାଇଁ ବ୍ୟାପକ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବ ।

Weather

ଫିକା ପଡ଼ିବ ଦୁର୍ଗା ପୂଜା : ବୁଧବାରରୁ ଛେଚିବ ପ୍ରବଳ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- କଲବଲ କରୁଛି ଲେଉଟାଣି ମୌସୁମୀ । ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ଅନୁମାନ କରିଛି ପାଣିପାଗ କେନ୍ଦ୍ର । ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ୧ ଅକ୍ଟୋବର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଉତ୍ତର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।ଏପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସକ୍ରିୟ ରହିଛି । ଏହା ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ଆଜି କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୧୧ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷାକୁ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ରହିଛି । ପୁଣି ୧ରୁ ପ୍ରବଳ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ୩୦ଟି ଜିଲ୍ଲାକୁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Entertainment

ବାହାହେବେ ରଶ୍ମିକା-ବିଜୟ

Blog Thumbnail

ଦ କୁଇଭର ବ୍ୟୁରୋ :- ଦକ୍ଷିଣ ଭାରତୀୟସିନେ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ତଥା ପୁଷ୍ପା-୨ ଏବଂ ସିକନ୍ଦର ଭଳି ଫିଲ୍ମ ମାଧ୍ୟମରେ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଥିବା ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ନିର୍ବନ୍ଧ ହୋଇଛି। ପରିବାର ଏବଂ ନିକଟତର ବନ୍ଧୁମାନଙ୍କ ଉପସ୍ଥିତିରେ ଦକ୍ଷିଣ ସିନେ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ରଶ୍ମିକାଙ୍କ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ଅନୁଯାୟୀ, ଉଭୟ ୨୦୨୬ ଫେବୃଆରୀରେ ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି। ଯଦିଓ ଉଭୟଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସେମାନଙ୍କର ବିବାହ କିମ୍ବା ନିର୍ବନ୍ଧ ସଂକ୍ରାନ୍ତରେ ଘୋଷଣା ହୋଇନାହିଁ। ଗୋପନୀୟତା କାରଣରୁ ଉଭୟ ଏହି ଖବରକୁ ଲୁଚାଇ ରଖିଛନ୍ତି। ପୂର୍ବରୁ, ରଶ୍ମିକା ମନ୍ଦାନାଙ୍କ ଏକ ପୋଷ୍ଟ ଭାଇରାଲ ହୋଇଥିଲା, ଯେଉଁଥିରେ ଅଭିନେତ୍ରୀ ଶାଢ଼ୀ ପିନ୍ଧି ପୋଜ୍ ଦେଉଥିବାର ଦେଖାଯାଇଥିଲା। କିଛି ଲୋକ ଭାବିଥିଲେ ଯେ ଫଟୋଗୁଡ଼ିକ ଉଭୟଙ୍କ ନିର୍ବନ୍ଧ ସମୟର ହୋଇ ଥାଇପାରେ। ପୋଷ୍ଟରେ, ଅଭିନେତ୍ରୀ ପାରମ୍ପରିକ ଲୁକରେ ମଥାରେ ତିଳକ ଲଗାଇ ପ୍ରଶଂସକମାନଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଥିଲେ। ରଶ୍ମିକା ମନ୍ଦାନା କିମ୍ବା ବିଜୟ ଦେବରକୋଣ୍ଡା ଏପର୍ଯ୍ୟନ୍ତ ନିର୍ବନ୍ଧକୁ ନିଶ୍ଚିତ କରିନାହାଁନ୍ତି କିମ୍ବା ସେମାନଙ୍କ ସମ୍ପର୍କକୁ ଆନୁଷ୍ଠାନିକ କରିନାହାଁନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ଛୁଟିଦିନର ଫଟୋଗୁଡ଼ିକ ଭାଇରାଲ ହେଉଥିବା ବେଳେ, ସେମାନଙ୍କ ନିର୍ବନ୍ଧ ଏବଂ ବିବାହ ଖବର ପ୍ରକାଶ ପାଇବା ପରେ ପ୍ରଶଂସକମାନେ ଏବେ ଉଭୟଙ୍କୁ ଅଭିନନ୍ଦନ ଜଣାଉଛନ୍ତି।